ଗତକାଲି ସିଝରଣରେ ଘଟିଥିବା ଟ୍ରିପଲ୍ ମର୍ଡରରେ ହତ୍ୟାକାରୀର ସୂଚନା ମିଳିଛି । ପରକୀୟା ପ୍ରୀତି କାରଣରୁ ପତ୍ନୀ ଏବଂ ଦୁଇ ପୁଅକୁ ହତ୍ୟା କରିଥିବା ନେଇ ପିତା ସ୍ବୀକାର କରିଛି । ଗତକାଲି ଘଟିଥିବା ହତ୍ୟାକାଣ୍ଡରେ ଦୁଇ ପୁତ୍ରଙ୍କୁ ଘର ଭିତରେ ଗଳା କାଟି ହତ୍ୟା କରାଯାଇଥିବା ବେଳେ ସ୍ତ୍ରୀକୁ ମାରି ରେଳ ଲାଇନ୍ରେ ଫିଙ୍ଗକାଯାଇଥିଲା । ଅଭିଯୁକ୍ତ ପିତାର ସ୍ବୀକୋରକ୍ତି ଅନୁଯାୟୀ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନ୍ରେ ପକାଇବା ପରେ ଘରକୁ ଫେରି ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା । ନିଜର ପରକୀୟା ପ୍ରୀତି କାରଣରୁ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ନେଇ କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।