ସଂଶୋଧିତ ନୂତନ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି । ଏଥିପାଇଁ ଛୁଟି ଦିନରେ ଏସମ୍ପର୍କିତ ସମସ୍ତ ଅଫିସ୍ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ। ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ଯ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ତେବେ ଆଦାୟ ଜରିମାନା ଅର୍ଥରାଶିକୁ ଫେରାଇବାକୁ ବିରୋଧି କରିଥିବା ଦାବିକୁ ସେ ଅଗ୍ରାହ୍ୟ କରିଛନ୍ତି । ଆଦାୟ ହୋଇଥିବା ଜରିମାନା ଟଙ୍କା ଫେରସ୍ତ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟଭାବରେ କହି ଦେଇଛନ୍ତି ।