ପୁଣି ଜଣେ ଓଡ଼ିଆ ଟପ୍ ପୋଷ୍ଟରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହୋଇଛନ୍ତି ପି.କେ ମିଶ୍ର । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଏହି ଦାୟିତ୍ବ ପ୍ରମୋଦ ମିଶ୍ରଙ୍କୁ ଦିଆଯାଇଛି । ଏହା ପୂର୍ବରୁ ଅତିରିକ୍ତ ପ୍ରମୁଖ ସଚିବ ଥିଲେ ପିକେ. ମିଶ୍ର । ସମ୍ବଲପୁର ବାସିନ୍ଦା ୧୯୭୨ ବ୍ୟାଚ୍ କ୍ୟାଡର୍ର ଆଇଏଏସ୍ ହେଉଛନ୍ତି ପିକେ ମିଶ୍ର । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଜଣେ ଓଡ଼ିଆ ଭାବରେ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ବହୁ ପଦ ପଦବୀରେ ବହୁ ଓଡ଼ିଆମାନେ ମଧ୍ୟ ସାମିଲ୍ ଅଛନ୍ତି । ସେହିପରି ପୂର୍ବତନ କ୍ୟାବିନେଟ୍ ସେକ୍ରେଟେରୀ ପ୍ରଦୀପ୍ତ କୁମାର ସିହ୍ନା ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ।