ସାମ୍ନାକୁ ଆସିଲା ଏପରି ଜଣେ ମହାନ୍ ଧୋକାବାଜ୍ଙ୍କ କଳା କାରନାମା । ଏହି ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ କରିଛନ୍ତି ଲୁଟ୍ପାଟ । ଏପରିକି ଥରେ ଗିରଫ ହୋଇଥିଲେ ବି ଧୋକ୍କା ଦେବାର ନିଶା ତୁଟିନି । ସମ୍ପୃକ୍ତ ଯୁବକ ଜଣକ କନ୍ଧମାଳର ହୋଇଥିବାବେଳେ ଏହି ଯୁବକଙ୍କ ନାଁରେ ବହୁ ମହିଳା ଫେରାଦ ହୋଇଛନ୍ତି । ଉକ୍ତ ଯୁବକ ଜଣକ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମହିଳାଙ୍କୁ ଟାର୍ଗେଟ୍ କରି ପ୍ରେମ ଜାଲରେ ପକାଇ ଶାରିରୀକ ସମ୍ପର୍କ ରଖିଥାଏ । ପରେ ପରେ ବେଳକାଳ ଉଣ୍ଡି ମହିଳାଙ୍କ ପାଖରେ ଥିବା ସମସ୍ତ ସମ୍ପତ୍ତିକୁ ହାତେଇ ନେଇଥାଏ ଏହି ଯୁବକ ଜଣକ । ସବୁ ପାଇଗଲା ପରେ ପୁଣି ଥରେ ଆଉ ଏକ ଶିକାରୀ ସନ୍ଧାନରେ ବାହାରିଥାଏ ଏହି ଯୁବକଜଣକ । ପୂର୍ବରୁ ଏପରି ଏକ ଅଭିଯୋଗ ମହିଳାଥାନାରେ ହୋଇଥିବା ପରେ ଗିରଫ ହୋଇଥିଲା ସମ୍ପୃକ୍ତ ଯୁବକ ଜଣକ । ପରେ ଜାମିନ୍ରେ ମୁକୁଳି ପୁଣି ଥରେ ଏପରି କଳାଧନ୍ଦା ଚଳାଇଥିବାର ଅଭିଯୋଗ ହୋଇଛି । ଏହି ୪୨୦ ପ୍ରେମିକ ଜଣକ ଏବେ ପୋଲିସ୍ ହାତରେ ।