ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲକୁ ସାମୟିକ ଆଶ୍ବସ୍ତି ମିଳିଛି । ମାନ୍ୟବର ଓଡିଶା ହାଇକୋର୍ଟ ଆପୋଲୋ ହସ୍ପିଟାଲକୁ 4 ସପ୍ତାହର ମହଲତ ପ୍ରଦାନ କରିଛନ୍ତି । ଆପୋଲୋ ହସ୍ପିଟାଲ୍ର ଲାଇସେନ୍ସ ଋଦ୍ଦ କରିବା ପାଇଁ ଏନ୍ଏଚ୍ଆରସି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ କୋର୍ଟ ଚାରି ସପ୍ତାହ ପାଇଁ ଏହା ଉପରେ ରହିତାଦେଶ ଲଗାଇଛନ୍ତି । ଚାରି ସପ୍ତାହ ପର୍ଯ୍ୟନ୍ତ ଲାଇସେନ୍ସ ଋଦ୍ଦ ନିଷ୍ପତ୍ତି ରୋକିବା ସହିତ ଆପୋଲୋ ଏହି ସମୟସୀମା ମଧ୍ୟରେ ଏନ୍ଏଚ୍ଆରସି ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ଆପୋଲୋ କର୍ତ୍ତୃପକ୍ଷ ନିଜର ମତାମତ ରଖିବା ପରେ ଏନ୍ଏଚ୍ଆରସି ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଏକ ବେଆଇନ୍ କୀଡ୍ନୀ ପ୍ରତିରୋପଣକୁ ନେଇ ଏହି ବିବାଦ ଦେଖାଦେଇଥିଲା ।