Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ
ଆଜିର ଖବର

ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ

September 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅପହରଣ କରିବା ସହ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପୀଡ଼ିତ ଜଣକ ହେଉଛନ୍ତି  ନିମାଇମଲ୍ଲ ନିବାସୀ ଜଗା ବେହେରାଙ୍କ ପୁତ୍ର ରାକେଶ ବେହେରା । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବେ ବାଲୁଗାଁ ରେଲ୍‌ଓ୍ବେ ଷ୍ଟେସନ୍‌ ନିକଟସ୍ଥ ଏକ ଗ୍ରାମର କିଛି ଯୁବକ ନିମାଇମଲ୍ଲଠାରେଥିବା ଚଣ୍ଡୀମନ୍ଦିରରେ ବଣଭୋଜି କରିବାକୁ ଯାଇଥିଲେ । ସେଠାରେ ବଣଭୋଜି କରିବା ସମୟରେ କିଛି କଥାକୁ ନେଇ ସ୍ଥାନୀୟ ଯୁବକ ରାକେଶ ବେହେରାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ କିଛି ଦିନ ପରେ ଗତକାଲି ସେଠାରେ ସେହି ଯୁବକମାନେ ପୁନର୍ବାର ଭୋଜି କରିବାକୁ ଯାଇ ସେଠାରେ ଥିବା ପୂଜକ ଜାନିଙ୍କୁ ହଣ୍ଡା ହାଣ୍ଡି ମାଗିଥିଲେ । ସେ ବାରଣ କରିବାରୁ ତାଙ୍କୁ ମାରଧର କରିଥିଲେ । ପରେ ଉକ୍ତ ଯୁବକମାନେ ନିଜ ଗ୍ରାମକୁ ଫେରି ଆସିଥିଲେ ।

ପୂର୍ବରୁ ତାଙ୍କ ସହ ଯୁକ୍ତି ତର୍କ କରିଥିବା ରାକେଶ ବେହେରାଙ୍କ ଉପରେ ରାଗ ରଖି ତାଙ୍କୁ ତାଙ୍କ ଅଫିସ୍‌ରୁ ଅପହରଣ କରିନେବା ସହିତ ଛୁରୀରେ ଆକ୍ରମଣ କରି ବନ୍ଦୀ କରି ରଖିଥିଲେ । ନିମାଇଁମଲ୍ଲ ଗ୍ରାମବାସୀ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ । ଗୁରୁତର ରାକେଶଙ୍କୁ ଏବେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଏପରି କାର୍ଯ୍ୟରେ ଲିପ୍ତ ଥିବା ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଦାବି କରି ନିମାଇଁମଲ୍ଲ ଗ୍ରାମବାସୀ ବାଲୁଗାଁ ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026
Latest News

ଚାଲିଗଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, 54 ବର୍ଷ ବୟସରେ ପରଲୋକ

January 25, 2026

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

‘ବିକଶିତ ଭାରତ’ ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ: କେନ୍ଦ୍ର ଗୃହମନ୍ତ୍ରୀ

January 25, 2026

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.