ବିବାଦୀୟ ଧର୍ମଗୁରୁ ଜାକିର ନାଏକର ପ୍ରତ୍ୟର୍ପଣ ନେଇ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କୌଣସି ଅନୁରୋଧ କରାଯାଇ ନାହିଁ ବୋଲି ଜଣାପଡିଛି। ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ୫୩ ବର୍ଷୀୟ ଜାକିର୍ ୨୦୧୬ରେ ଭାରତ ଛାଡି ପଳାୟନ କରିଥିବା ବେଳେ ଭାରତରେ ତାଙ୍କ ଉପରେ ବାସନ୍ଦାଦେଶ ଲଗାଯାଇଛି। ଆତଙ୍କୀଙ୍କୁ ସହାୟତା ଏବଂ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଜାକିରଙ୍କ ନାମରେ ମାମଲା ରୁଜୁ କରାଯାଇଛି। ପୂର୍ବା ଶିଖର ସମ୍ମିଳନୀ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାକିର ନାଏକର ପ୍ରତ୍ୟର୍ପଣ ନେଇ ଆଲୋଚନା ହୋଇଥିବା ସମ୍ପର୍କରେ ମତ ଦିଆଯାଇଥିଲା ମାତ୍ର ଆଜି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।