Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଦୀ ପିନ୍ଧିଲେ ଓ ମଦ ଛାଡ଼ିଲେ ମିଳିବ କଂଗ୍ରେସ ଟିକେଟ
ଆଜିର ଖବର

ଖଦୀ ପିନ୍ଧିଲେ ଓ ମଦ ଛାଡ଼ିଲେ ମିଳିବ କଂଗ୍ରେସ ଟିକେଟ

September 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇ ଆଶାୟୀ ପ୍ରାର୍ଥୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡିବ । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାର ଶୈଲଜା ଏକ ଟୁଇଟ୍‌ ଜରିଆରେ ଏକ ସର୍କୁଲାର ଜାରି କରିଛନ୍ତି । ଏଥିରେ ସୂଚନା ରହିଛି ଯେ, ଯେଉଁ ବ୍ୟକ୍ତି ମଦ୍ୟ ପାନ କରିବ ନାହିଁ ଓ ଖଦୀ ପିନ୍ଧି ସେହି ବ୍ୟକ୍ତିଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ । ଏତଦ୍‌ବ୍ୟତୀତ ସାଧାରଣ ବର୍ଗଙ୍କ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୫୦୦୦ଟଙ୍କା ଓ ଏସ୍‌ସି/ଏସ୍‌ଟି ଓ ମହିଳା ଆଶାୟୀ ପ୍ରାର୍ଥୀଙ୍କ  ପାଇଁ ଦୁଇ ହଜାରଟଙ୍କା ଶୁଳ୍କ ଦେୟ ହରିୟାଣା ପ୍ରଦେଶ କଂଗ୍ରେସ କମିଟିରେ ଜମା କରିବାକୁ ପଡ଼ିବ । କୁମାରୀ ଶୈଲଜା ନିଜ ଟୁଇଟ୍‌ରେ କହିଛନ୍ତି ଯେ, ‘ହରିୟାଣା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ୨୦୧୮-୨୨ ସଦସ୍ୟ ପାଇଁ ନୂଆ ଫର୍ମ ଓ କଂଗ୍ରେସ ଦଳରର ଟିକେଟ ଉପରେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ କଂଗ୍ରେସ ପ୍ରାର୍ଥୀଙ୍କ ଆବେଦନ ପତ୍ର ପ୍ରିଣ୍ଟ ହୋଇସାରିଲାଣି । ଆବେଦନକାରୀଙ୍କୁ ଫର୍ମ ସହିତ ୩୨୫ଟଙ୍କା ଶୁଳ୍କ ଜମା କରିବାକୁ ପଡ଼ିବ । ଏଥିନିମେନ୍ତ ହରିୟାଣା କଂଗ୍ରେସ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଆବେଦନ କରି ହେବ । ସେହିପରି ଚଣ୍ଡୀଗଡ଼ର କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ଆବେଦନ କରିହେବ । ଏତଦ୍‌ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିକୁ ମେଲ୍‌ ମଧ୍ୟ ପଠାଇ ହେବ ।  ହରିୟାଣା କଂଗ୍ରେସ ତରଫରୁ ଯେଉଁ ଫର୍ମ ଜାରି କରାଯାଇଛି, ସେଥିରେ ଆଶାୟୀ ପ୍ରାର୍ଥୀଙ୍କ ଜାତିର ସୂଚନା ଦେବାକୁ ପଡ଼ିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026
Latest News

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.