Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଦୀ ପିନ୍ଧିଲେ ଓ ମଦ ଛାଡ଼ିଲେ ମିଳିବ କଂଗ୍ରେସ ଟିକେଟ
ଆଜିର ଖବର

ଖଦୀ ପିନ୍ଧିଲେ ଓ ମଦ ଛାଡ଼ିଲେ ମିଳିବ କଂଗ୍ରେସ ଟିକେଟ

September 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇ ଆଶାୟୀ ପ୍ରାର୍ଥୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡିବ । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାର ଶୈଲଜା ଏକ ଟୁଇଟ୍‌ ଜରିଆରେ ଏକ ସର୍କୁଲାର ଜାରି କରିଛନ୍ତି । ଏଥିରେ ସୂଚନା ରହିଛି ଯେ, ଯେଉଁ ବ୍ୟକ୍ତି ମଦ୍ୟ ପାନ କରିବ ନାହିଁ ଓ ଖଦୀ ପିନ୍ଧି ସେହି ବ୍ୟକ୍ତିଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯିବ । ଏତଦ୍‌ବ୍ୟତୀତ ସାଧାରଣ ବର୍ଗଙ୍କ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୫୦୦୦ଟଙ୍କା ଓ ଏସ୍‌ସି/ଏସ୍‌ଟି ଓ ମହିଳା ଆଶାୟୀ ପ୍ରାର୍ଥୀଙ୍କ  ପାଇଁ ଦୁଇ ହଜାରଟଙ୍କା ଶୁଳ୍କ ଦେୟ ହରିୟାଣା ପ୍ରଦେଶ କଂଗ୍ରେସ କମିଟିରେ ଜମା କରିବାକୁ ପଡ଼ିବ । କୁମାରୀ ଶୈଲଜା ନିଜ ଟୁଇଟ୍‌ରେ କହିଛନ୍ତି ଯେ, ‘ହରିୟାଣା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ୨୦୧୮-୨୨ ସଦସ୍ୟ ପାଇଁ ନୂଆ ଫର୍ମ ଓ କଂଗ୍ରେସ ଦଳରର ଟିକେଟ ଉପରେ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ କଂଗ୍ରେସ ପ୍ରାର୍ଥୀଙ୍କ ଆବେଦନ ପତ୍ର ପ୍ରିଣ୍ଟ ହୋଇସାରିଲାଣି । ଆବେଦନକାରୀଙ୍କୁ ଫର୍ମ ସହିତ ୩୨୫ଟଙ୍କା ଶୁଳ୍କ ଜମା କରିବାକୁ ପଡ଼ିବ । ଏଥିନିମେନ୍ତ ହରିୟାଣା କଂଗ୍ରେସ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଆବେଦନ କରି ହେବ । ସେହିପରି ଚଣ୍ଡୀଗଡ଼ର କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ଆବେଦନ କରିହେବ । ଏତଦ୍‌ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିକୁ ମେଲ୍‌ ମଧ୍ୟ ପଠାଇ ହେବ ।  ହରିୟାଣା କଂଗ୍ରେସ ତରଫରୁ ଯେଉଁ ଫର୍ମ ଜାରି କରାଯାଇଛି, ସେଥିରେ ଆଶାୟୀ ପ୍ରାର୍ଥୀଙ୍କ ଜାତିର ସୂଚନା ଦେବାକୁ ପଡ଼ିବ ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.