ଓ୍ବାର୍ଲ୍ଡ ଫେମସ୍ ଲଭର୍ର ଫାଷ୍ଟ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟରରେ ବିଜୟ ଦେବରକୋଣ୍ଡା ପୁନର୍ବାର ନିଜର ଅର୍ଜୁନ ରେଡ୍ଡୀ ଅବତାରରେ ନଜର ଆସିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରିଲିଜ୍ ହୋଇଥିବା ପୋଷ୍ଟରକୁ ନେଇ ଟ୍ବିଟ୍ଟରରେ ମିଶ୍ର ପ୍ରତିକ୍ରିୟା ମିଳିଛି । କ୍ରାନ୍ତି ମାଧବ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍ ଟ୍ରେସା ଏବଂ ଇଜାବେଲ୍ ଲିଟ୍ ନଜର ଆସିବାକୁ ଯାଉଛନ୍ତି । ଗୋପୀ ସୁନ୍ଦର ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ପୋଷ୍ଟର ବ୍ୟତିତ ଅନ୍ୟ ଏକ ତେଲୁଗୁ ଫିଲ୍ମ ମିକୁ ମାତ୍ରମେ ଚେପ୍ତାର ଟ୍ରେଲର ରିଲିଜ୍ କରିଥିଲେ ବିଜୟ ଦେବରକୋଣ୍ଡା ।