ନର୍ସ ନିହାରିକା ପାତ୍ର ହତ୍ୟା ରହସ୍ୟ ଉନ୍ମୋଚନରେ ସଫଳ ହୋଇଛି କମିଶନରେଟ ପୋଲିସ୍ । ଡିଜିପି ବିକେ ଶର୍ମା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ନିହାରିକାଙ୍କୁ କଟକରେ ହତ୍ୟା କରାଯାଇଥିଲା । ହତ୍ୟାରେ ପ୍ରେମିକ ରାଜାଙ୍କର ସାନଭାଇ ଏବଂ ଜଣେ ବନ୍ଧୁ ମଧ୍ୟ ସାମିଲ ଥିବା ପୋଲିସକୁ ସୂଚନା ମିଳିଛି । ଏହି ହତ୍ୟା ମାମଲାର ସିସି ଟିଭି ଫୁଟେଜ୍ କମିଶନରେଟ୍ ପୋଲିସ୍ର ହସ୍ତଗତ ହୋଇଥିବା ନେଇ ଶର୍ମା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଜଗତସିଂହପୁରର ବିଲୁଆଖାଇ ନଦୀପଠାରୁ ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ କିଶୋର ଆଞ୍ଚଲ ଗତକାଲି ବିରିଡି ଥାନାରେ ଆତ୍ମସମର୍ପଣ କରିଥିଲା ।