ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭି କେ ତାହିଲାରମଣୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିବା ବିଜୟା କମଲେଶ ତାହିଲାରମଣୀ ନିଜର ମେଘାଳୟ ସ୍ଥାନାନ୍ତରକୁ ବିରୋଧ କରି ନିଜର ଇସ୍ତଫା ପ୍ରଦାନ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ଅନ୍ୟତମ ବରିଷ୍ଠ ବିଚାରକ ଭୀନିତ କୋଠାରୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଛନ୍ତି । କଲେଜିୟମ୍ ପକ୍ଷରୁ ନୂତନ ବିଚାରପତି ନିଯୁକ୍ତ ନହେବା ପର୍ଯ୍ୟନ୍ତ କୋଠାରୀ ଏହି ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାପଡିଛି ।