୩୯ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ ବେବୋ କରୀନା କପୁର୍ ଖାନ୍ । ୧୯୮୦ ସେପ୍ଟେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍ରେ ବେଶ୍ ପରିଚିତା । ୨୦୦୦ ମସିହାରେ ’ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀଜଣକ ବଲିଉଡ୍ରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ବଲିଉଡ୍ର ଆଗଧାଡ଼ିର ଅଭିନେତା ଅର୍ଥାତ୍ ତିନି ଖାନ୍ଙ୍କଠାରୁ ଆରମ୍ଭ କରି ବଲିଉଡ୍ର ନୂଆ ଓ ପୁରୁଣା ଅଭିନେତାମାନଙ୍କ ସହ କାମ କରିଛନ୍ତି । କରୀନାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – କଭି ଖୁସି କଭି ଗମ୍, ’ଓମ୍କାରା’, ଅଶୋକା, ଚମେଲି, ’ଜବ୍ ଉଇ ମେଟ୍’, ୩ ଇଡିଅଟ୍ସ, ବଡିଗାର୍ଡ, ତଲାସ, ହିରୋଇନ୍, ବଜରଙ୍ଗି ଭାଇଜାନ, ଉଡତା ପଞ୍ଜାବ ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ବାପା ରଣଧୀର କପୁର୍ ଓ ମାତା ବବିତାଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି କରୀନା । ଫିଲ୍ମ ପରିବାରରୁ ଆସିଥିବା ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ । କେବଳ ଅଭିନୟ ନୁହେଁ ପ୍ରେମ ଓ ଡେଟିଂ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି କରୀନା । ନାୟକ ସାହିଦ୍ କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ବ୍ରେକ୍ଅପ୍ ହୋଇଯାଇଥିଲା । ନିଜ ବୟସଠାରୁ ବଡ଼ ୧୦ ବର୍ଷ ବୟସର ଅଭିନେତା ସୈଫ୍ଙ୍କୁ ନିଜ ଜୀବନସାଥୀ ରୂପେ ଚୟନ କରିଛନ୍ତି ବେବୋ । ଏକଦା ବିବାହିତ ପୁରୁଷଙ୍କୁ ପସନ୍ଦ କରିନଥିବାର କହୁଥିବା ବେବୋ ଜଣେ ବିବାହିତଙ୍କୁ ବାହା ହୋଇ ଚର୍ଚ୍ଚାରେ ରହିଥିଲେ । ଶୈଫ ପୂର୍ବରୁ ଅମ୍ରିତା ରାଓଙ୍କୁ ବିବାହ କରିଥିବାବେଳେ ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି । କରୀନା ଓ ସୈଫ୍ଙ୍କ ପୁତ୍ର ତୈମୁର୍ ମଧ୍ୟ ବେଶ୍ ଚର୍ଚ୍ଚିତ । ଆଗାମୀ ସମୟରେ କରୀନାଙ୍କ ଅଭିନୀତ ତଖ୍ତ’ ଓ ଗୁଡନ୍ୟୁଜ୍’ ପରଦାକୁ ଆସିବ ।