“ହରଫିସ” ଭୂତାଣୁର ଖୁବଶୀଘ୍ର ମୁକାବିଲା ନେଇ ବାହାରୁ ଏକ ସ୍ବତନ୍ତ୍ର ଟିମ ଆସିବା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଟେକନିକାଲ ଟିମର ମୁଖ୍ୟ ଏସ.କେ ରାୟଙ୍କ ପ୍ରତିକ୍ରିୟା ଦେଇଛନ୍ତି । ହରଫିସ ଭୂତାଣୁ ସଂକ୍ରମଣରେ ୨୬ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । ହରଫିସ ଭୂତାଣୁ ୭ପ୍ରକାରର ରହିଛି । କିନ୍ତୁ କେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହରଫିସ ମୁକାବିଲାରେ ସଫଳ ବିଦେଶୀ ସଂସ୍ଥା ବା ଆମେରିକାନ ସଂସ୍ଥାକୁ ବ୍ଲଡ଼ ସାମ୍ପଲ ପଠାଯାଇଛି । ଏହି ଭୂତାଣୁ ସଂକ୍ରମଣରେ ଆଜି ହାତୀ ଗୈାରିର ମୃତ୍ୟୁ ଘଟିଥିବା ବେଳେ ଏବେ ୨ବର୍ଷର ହାତୀ ମାମା ଓ ୨୧ବର୍ଷର ହାତୀ ହୀରାକୁ ନଜରରେ ରଖାଯାଇଛି । ଦୁଇ ଦିନ ତଳେ ଏକ ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଥିଲା । ଅସୁସ୍ଥ ମାଈହାତୀ କମଳାର ଚିକିତ୍ସା କରାଯାଉଥିଲା। ଅଗଷ୍ଟ ୨୫ରେ ଗୋଟିଏ ମାଈ ହାତୀ କୁଲିର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ହାତୀ ଚନ୍ଦନର ମୃତ୍ୟୁ ଘଟିଥିଲା। ଚାରୋଟି ହାତୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ଆଉ ମାତ୍ର ୪ଟି ମାଈ ହାତୀ ରହିଛନ୍ତି।