ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ୮୬ କିଗ୍ରା ବର୍ଗରେ ଜୁନିୟର ବିଶ୍ୱ ଚାମ୍ପିୟନ୍ ଦୀପକ ପୁନିଆ ଏହି ଚାମ୍ପିୟନ୍ସିପ୍ର ସେମି ଫାଇନାଲରେ ପହଞ୍ଚି ଅଲମ୍ପିକ୍ସ କୋଟା ପକ୍କା କରିଛନ୍ତି । ମ୍ୟାଚ୍ର ଆରମ୍ଭରୁ ପୁନିଆ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ବେଳେ ୩-୬ରେ ପଛୁଆ ରହିଥିଲେ । ମାତ୍ର ଅନ୍ତିମ ମିନିଟ୍ରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପୁନିଆ ବିଜୟୀ ହୋଇଥିଲେ । କଲମ୍ବିଆର ଆରୁଟୋ ମେଣ୍ଡେଜ୍ଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିବା ପୁନିଆ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚ୍ମୁଥଙ୍କ ସାମ୍ନା କରିବେ ।