ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାହସପୁରରେ ନିକଟରେ ଚୋରା ମଦ ବେପାରୀ ଏକ ଷଣ୍ଢକୁ ଧକ୍କା ଦେଇ ଫସିଛନ୍ତି । ସ୍ଥାନୀୟ ଲୋକ 2 ଜଣଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ଅବକାରୀ ବିଭାଗ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ 400 ଲିଟର୍ ମଦ ଜବତ କରାଯାଇଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳୁ ତିନୋଟି ବାଇକରେ 3 ଜଣ ବ୍ୟକ୍ତି ବାଲେଶ୍ୱରରୁ ଧାମରା ଯାଉଥିଲେ । ଏହି ସମୟରେ ସାହସପୁର ନିକଟରେ ଗୋଟିଏ ବାଇକ୍ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ତଳେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକ ଆସି ଉଦ୍ଧାର କରିବା ବେଳକୁ ସେମାନେ ମଦ ଚୋରା ଚାଲାଣକାରୀ ବୋଲି ଜାଣି ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ସେମାନଙ୍କ ନିକଟରେ 4 ଶହ ଲିଟର୍ ମଦ ଜବତ କରାଯାଇଛି ।