ରୋଷେଇ ଘରେ ନୁହେଁ ବରଂ ଏବେ ବଜାରରେ ପିଆଜ ଲୋକଙ୍କୁ କନ୍ଦାଉଛି । ଆକାଶ ଛୁଆଁ ହୋଇଛି ପିଆଜ ଦର । ପିଆଜ ଦର ଏବେ 50 ଟଙ୍କା ଛୁଇଁଛି । କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି । ଆନ୍ଧ୍ର ଓ ନାସିକ୍ରୁ ଆସୁଥିବା ପିଆଜର ପରିମାଣ କମିବା କାରଣରୁ ଏହି ଦର ବୃଦ୍ଧି ଲାଗି ରହିଛି । ଏହି ଧାରା ଜାରି ରହିଲେ ପିଆଜ ମୂଲ୍ୟ 80 ଛୁଇଁବ ବୋଲି ଅନୁମାନ କରାଯାଇଛି ।