ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ସେକ୍ ରାଜା ବିଭିନ୍ନ ଲିଙ୍କର ଏବେ ଖୋଳତାଡ଼ କରୁଛି । ଆଜି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକ 5 ଜଣିଆ ସଶସ୍ତ୍ର ଟିମ୍ ରାଜାର ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଘରେ ଚଢ଼ାଉ ଚାଲିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୬ ତାରିଖରେ ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ସେକ୍ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା । ରାଜାର ବିଦେଶ ଲିଙ୍କ୍ ରହିଥିବା ଏସ୍ଟିଏଫ୍ର ତଦନ୍ତରେ ଜଣାପଡିଛି । ରାଜାର ବାଂଲାଦେଶ, ନେପାଳ, ରାଜସ୍ଥାନ, ଗୋଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରିଛି । ସେକ୍ ରାଜା କୋଲକତା ମୁର୍ସିଦାବାଦରୁ ବ୍ରାଉନସୁଗାର ଆଣି ବେପାର କରୁଥିଲା । ରାଜା ଜଳେଶ୍ୱର ଓ ବାଲେଶ୍ୱରରେ ଡ୍ରଗ୍ସ କାରବାର କରୁଥିଲେ । ଗିରଫ ବେଳେ ରାଜା ଠାରୁ ଏକ ଲକ୍ଷ ଟଙ୍କା, ଗୋଟିଏ ପିସ୍ତଲ ଓ ୧୩୦ଗ୍ରାମ ବ୍ରାଉନସୁଗାର ସହ ୬ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା ।