ଅର୍ଥ ହେରଫେର ମାମଲାରେ ଜେଲ୍ରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଭେଟିଛନ୍ତ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ । ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପି ଚିଦାମ୍ବରମ୍ଙ୍କୁ ଭେଟିଛନ୍ତି । ଆଇଏନ୍ଏଏକ୍ସ ମିଡିଆର ଅର୍ଥ ହେରଫେର ମାମଲାରେ ଜେଲରେ ବନ୍ଦ ରହିଥିବା ଚିଦାମ୍ବରମଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଦୁଇ ବରିଷ୍ଠ ନେତା କର୍ତ୍ତି ଚିଦାମ୍ବରମଙ୍କ ସହିତ ତିହାର ଜେଲ୍ ଯାଇ ଚିଦାମ୍ବରମଙ୍କୁ ଭେଟିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 5 ତାରିଖରୁ ଆଇଏନ୍ଏକ୍ସ ମାମଲାରେ ତିହାର ଜେଲ୍ରେ ରହିଛନ୍ତି ଚିଦାମ୍ବରମ୍ ।