ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡା ଗ୍ରାମର ଶାଳିଆ ନଦୀ ତଟରୁ ଅଜଣା ଶବ ମିଳିଛି । ପୋଲିସ୍ ଶବକୁ ଉଚ୍ଛେଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଶବଟି ଜଣେ ମହିଳାଙ୍କ ବୋଲି ଅନୁମାନ କରାଯାଇଥିବାବେଳେ ୩୦ ବର୍ଷ ବୟସ୍କା ବୋଲି ପୋଲିସ୍ ଅନୁମାନ କରୁଛି । ଚଳିତ ବର୍ଷ ଉକ୍ତ ସ୍ଥାନରେ ଏହା ଦ୍ବିତୀୟ ଘଟଣା ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଶବଟି ସମ୍ପର୍କରେ କିଛି ଜଣାପଡିନଥିବାବେଳେ ପୋଲିସ୍ ଏହାର ଅନୁସନ୍ଧାନ କରୁଛି ।