ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍ ଖୋଲିବାକୁଯାଉଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ 7ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗର ଅନୁମତି ପ୍ରଦାନ କରିଛି । ଡ୍ୟାନ୍ସବାରକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କିଛି କଟକଣା ଜାରି କରାଯାଇଛି । ଡ୍ୟାନ୍ସବାରରେ ଉଦ୍ଦୀପନା ସୃଷ୍ଟିକାରୀ ଏବଂ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧିବା ଊପରେ କଟକଣା ଜାରି କରାଯାଇଛି । ଡ୍ୟାନ୍ସ ବାର୍ରେ ବସିବା ସମୟରେ ଟଙ୍କା ଉଡାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମ୍ୟାନେଜରଙ୍କୁ ଦିଆଯିବ ଡ୍ୟାନ୍ସରଙ୍କ ପୁରସ୍କାର ରାଶି । କଡ଼ାକଡ଼ି ପାଳନ ହେବ ଧୂମ୍ରପାନ ନିେଷଧ । ୧୦ ୧୨ ଫୁଟ୍ରେ ଡ୍ୟାନ୍ସ ଫ୍ଲୋର ରହିବ । ଡ୍ୟାନ୍ସରଙ୍କ ନିକଟକୁ ଗ୍ରାହ ଯାଇପାରିବେ ନାହିଁ । ମହିଳା ଡ୍ୟାନ୍ସରଙ୍କୁ ଆଧାର, ଫଟୋ ଓ ସମ୍ମତି ପତ୍ର, ମେଡ଼ିକାଲ୍ ଫିଟିନେସ୍ ଦେବାକୁ ପଡ଼ିବ । ଡ୍ୟାନ୍ସ ସମୟରେ ଆଇକାର୍ଡ ଝୁଲାଇବେ ଡ୍ୟାନ୍ସର । ଡ୍ୟାନ୍ସର ମାଗଣା ଯାତାୟତ ଯୋଗାଇବେ ଡ୍ୟାନ୍ସବାର ମାଲିକ । ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରା ଲାଗିବ । ଏକାଥରେକ ୮ରୁ ଅଧିକ ଡ୍ୟାନ୍ସର ନାଚିପାରିବେ ନାହିଁ । ସେହିପରି ଡ୍ୟାନ୍ସରଙ୍କ ଉପରେ ଗ୍ରାହକ ପଇସା ଉଡାଇପାରିବେ ନାହିଁ ବୋଲି ଆଦି ନିୟମ କରାଯାଇଛି ।