ପ୍ରଦୂଷଣ ସାର୍ଟିଫିକେଟ୍ ନିୟମରେ କୋହଳ କରିଥିବା ରାଜ୍ୟ ସରକାର ପୁନର୍ବାର ଏହି ନିୟମକୁ କଡାକଡି କରିଛନ୍ତି । ନୂତନ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟ ସରକାର ଏହାକୁ କଡାକଡି ଭାବରେ ଲାଗୁ କରିଥିଲେ । ମାତ୍ର ଏହି ନିୟମକୁ ସାଧାରଣ ଜନତାଙ୍କ ପକ୍ଷରୁ ବିରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଏହି ନିୟମକୁ ତିନି ମାସ ପାଇଁ କୋହଳ କରାଯାଇଥିଲା । ମାତ୍ର ମାନବାଧିକାର କମିଶନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ସୋମବାର ପୁନର୍ବାର ଏହି ନିୟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ନିୟମ ଲାଗୁ ହେବା ପରେ ଆସନ୍ତା ଅକ୍ବୋବର 1 ତାରିଖରୁ ପୁନର୍ବାର ଏହି ନିୟମ କଡାକଡି ଭାବରେ ପାଳନ ହେବ ।