Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ଅନିୟମିତତା ମାମଲା: କୈଳାସ କୁଲେସିକା ଓ ନନ୍ଦିନୀ ଦେବୀଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ
ଆଜିର ଖବର

ନିର୍ବାଚନ ଅନିୟମିତତା ମାମଲା: କୈଳାସ କୁଲେସିକା ଓ ନନ୍ଦିନୀ ଦେବୀଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

September 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇକୋର୍ଟ ସୋମବାର ଦୁଇ ଦୁଇଟି ନିର୍ବାଚନ ଅନିୟମିତତା ମାମଲାକୁ ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଓ ସାନଖେମୁଣ୍ଡି ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଆବେଦନ ହୋଇଛି । ଯାହାର ଶୁଣାଣୀ କରିବାକୁ ହାଇକୋର୍ଟ ସହମତି ପ୍ରକାଶ କରିବା ସହିତ ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିବା କୈଳାଶ ଚନ୍ଦ୍ର କୁଲେସିକା ନିର୍ବାଚନ ଅନିୟମତିତା ଅଭିଯୋଗ ଆଣିଛନ୍ତି । ଯାହାକୁ କୋର୍ଟ ଗ୍ରହଣ କରି ପ୍ରତିପକ୍ଷ ବିଧାୟକ ପ୍ରଭୁ ଜାନି ଓ ଅନ୍ୟମାନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ମାମଲାର ପକ୍ଷଭୁକ୍ତ ଥିବାରୁ ନୋଟିସ୍‌ ଜାରି କରିଛନ୍ତି କୋର୍ଟ । ସେହିପରି ସାନଖେମୁଣ୍ଡି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି । ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହିତ ବିଧାୟକ ରମେଶ ଜେନା ଓ ଅନ୍ୟ ପରାଜିତ ପ୍ରାର୍ଥୀଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ନଭେମ୍ବର ୫ ରେ ଏହି ମାମଲାର ଶୁଣାଣୀ କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

January 25, 2026

୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

January 25, 2026

982 କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ: ଜାଣନ୍ତୁ ଓଡିଶାର କେତେଜଣ ପାଇବେ ସମ୍ମାନ?

January 25, 2026

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026
Latest News

ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ଚାରି ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 25, 2026

କର୍ତ୍ତବ୍ୟ ପଥରୁ କୌଶଳପଥ: ଯୁବଶକ୍ତି ଚାଳିତ ବିକଶିତ ଭାରତ ପାଇଁ ଦକ୍ଷତା ବିକାଶର ନୂଆ ଦିଗ

January 25, 2026

ପଦ୍ମ ପୁରସ୍କାର ପାଇବାକୁ ଘୋଷଣା ହୋଇଥିବା 4 ଓଡିଆ କିଏ, ସେମାନେ କଣ କରନ୍ତି

January 25, 2026

ଲାଡ୍ଡା -ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.