ନନ୍ଦନକାନନରେ ଥିବା ଏକମାତ୍ର ନୀଳିଗିର ଲଙ୍ଗୁର ପ୍ରାଣ ହରାଇଛି । ମୃତ ମାଈ ନୀଳଗିରି ଲଙ୍ଗୁରଟି କିଛିଦିନ ଧରି ଅସୁସ୍ଥ ରହିଥିଲା । ମୃତ ଲଙ୍ଗୁରର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ନିକଟରେ ହରପିସ୍ ପାଇଁ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏକମାତ୍ର ଲଙ୍ଗୁରର ମୃତ୍ୟ ହେବା ଖବରଟି ନନ୍ଦନକାନନରେ ଶନିଦଶା ପଡ଼ିବା ପରି ଲାଗୁଛି ।