କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବାକୁ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାସ୍ଥଳକୁ ଯିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ 3 ଜଣଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି । ଜୁନାଗଡ଼-ଭବାନୀପାଟଣାର 26 ନମ୍ବର ଜାତୀୟ ରାଜପଥ କଡ଼ ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିଥିବା ପୀଡ଼ିତା ଗତକାଲି ଥାନାରେ ଏତଲା ଦେଇଥିଲେ। ଗତ 14 ତାରିଖରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି । ଗଣଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ମହିଳା କମିଶନ ଅଧ୍ୟକ୍ଷା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ଯିବେ ବୋଲି ଜଣାପଡିଛି ।