ବିବାଦୀୟ ଧର୍ମଗୁରୁ ଜାକିର ନାଏକଙ୍କୁ ପଳାତକ ଘୋଷଣା କରିବା ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଛି । ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ଜାକିରକୁ ପଳାତକ ଘୋଷଣା କରିବା ପାଇଁ ସୋମବାର ଆବେଦନ କରାଯାଇଛି । ନୂତନ ଆତଙ୍କୀ ନିରୋଧୀ ନିୟମ ଅନୁଯାୟୀ ଜାକିରକୁ ପଳାତକ ଘୋଷଣା କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଛି । ଏହା ସହିତ ଇଡି ପକ୍ଷରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରାଯାଇଥିବା ବେଳେ ଏହା ଉପରେ 30 ତାରିଖରେ ବିଚାର କରାଯିବ ବୋଲି ଜଣା ପଡିଛି । ନାଏକଙ୍କର 50 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ମୁମ୍ବାଇ ଏବଂ ପୁନେର ବିଭିନ୍ନ ସ୍ଥାନରେ ରହିଛି । 2016ରେ ଏନ୍ଆଇଏ ପକ୍ଷରୁ ଜାକିରଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ପରଠାରୁ ସେ ମାଲେସିଆରେ ଅବସ୍ଥାନ କରୁଛନ୍ତି ।