ସୋସିଆଲ ମିଡ଼ିଆର ଅପବ୍ୟବହାର ନେଇ ସୁପ୍ରିମ୍କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅପବ୍ୟବହାର ରୋକିବା ପାଇଁ ଗାଇଡ୍ ଲାଇନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ତିନି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ଗାଇଡ୍ ଲାଇନ୍ ପାଇଁ ନିର୍ଦ୍ଦିଷ୍ଟ କେତେ ଦିନ ନେବେ ସେନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଅପବ୍ୟବହାରୀଙ୍କ ଉପରେ ଅଙ୍କୁଶ ସମ୍ପର୍କରେ କୋର୍ଟ ମତ ଦେଇ କହିଛନ୍ତି ଯେ, ଏବେ ଆମେ ଆଉ କହିପାରିବାନି ଯେ କିଏ ଅପବ୍ୟବହାରର ଜନକ । ଟେକ୍ନୋଲୋଜି ଯଦି ବାର୍ତ୍ତା ପହଞ୍ଚାଇ ପାରୁଛି, ବନ୍ଦ କାହିଁକି କରିପାରିବନି ବୋଲି କହିଛନ୍ତି କୋର୍ଟ ।