ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟା କିମ୍ବା ଆସନ୍ତା କାଲି ସୁଦ୍ଧା କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଧାୟକ ତଥା ଚୟନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ବିଧାୟକ ପ୍ରାର୍ଥୀ ପାଇଁ ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ବିଚାର କରାଯାଉଛି ଏବଂ ଚୟନ କ୍ମିଟି ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ ବୋଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ।