ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା ଏସ୍ଡିଜିଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ । ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି । ପୂର୍ବରୁ ପ୍ରଶାନ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ପ୍ରଶାନ୍ତ ଆତ୍ମସମର୍ପଣ କରିଛନ୍ତି ।