ଉତ୍ତର ଭାରତରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ୪.୩୫ ମିନିଟ୍ରେ ଦିଲ୍ଲୀ, ଏନ୍ସିଆର, ପଞ୍ଜାବ, ହରିୟାଣା ଆଦି ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରରେ ଏହି ଭୂକମ୍ପର ଝଟ୍କା ଟିକେ ଅଧିକ ଅନୁଭୂତ ହୋଇଛି । ପାକିସ୍ତାନର ଲାହୋରର ଉତ୍ତର ପଶ୍ଚିମ ୧୭୩ କିମି ଦୂର ଜାଔଲାନଠାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଥିବା ସୂଚନା ରହିଛି । ଝଟ୍କାରେ ଭୟଭୀତ ହୋଇ ଲୋକ ଘରୁ ବାହାରି ଆସିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଧିକ ଅନୁଭୂତ ହୋଇଥିବାବେଳେ ପାକିସ୍ତାନରେ ଭୂମିକମ୍ପର ରିକ୍ଟର ସ୍କେଲର ୬.୩ ରହିଥିଲା ବୋଲି ଜଣାପଡିଛି । ଭୂମିକମ୍ପର ତୀବ୍ରତା ଜଣେ ମହିଳା ମୃତ, ୫୦ ଆହତ ହୋଇଥିବାବେଳେ ବହୁ ଘର ଭୁଶୁଡ଼ି ଯାଇଛି ।