1993 ପରଠାରୁ ଦିଲ୍ଲୀରେ 64 ସଫେଇ କର୍ମଚାରୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଦିନ ଜାତୀୟ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସଂଘର ସମ୍ପାଦକ ମନ୍ହର ଭଲ୍ଜୀଭାଇ ଜଲା ଏହି ସୂଚନା ପ୍ରଦାନ କରିବା ସହିତ ବିଗତ ଦୁଇ ବର୍ଷ ମଧ୍ୟରେ 38 କର୍ମଚାରୀ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି । 2013ରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ଲାଗୁ କରାଯାଇଥିବା ନିୟମାବଳୀକୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସଠିକ୍ ଢଙ୍ଗରେ ପାଳନ କରାଯାଉନାହିଁ ଯାହା ଦେଶର ଅନ୍ୟ ସହର ଗୁଡିକୁ ଭୁଲ ବାର୍ତ୍ତା ପ୍ରଦାନ କରୁଛି ବୋଲି ମନ୍ହର ଭଲ୍ଜୀଭାଇ ଜଲା ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରୁ 46 ଜଣଙ୍କ ପରିବାରକୁ ସରକାର 10 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ବାକି 18 ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯଇଛି ।