ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍କା ଲାଗିଛି । ଭାରତୀୟ ଦଳର ପ୍ରମୁଖ ଅସ୍ତ୍ର ତଥା ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଯଶପ୍ରୀତ୍ ବୁମ୍ରା ଆହତ ହୋଇଛନ୍ତି । ବୁମ୍ରା ଆହତ ହେବା ସହିତ ଭାରତୀୟ ଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି । ଅଣ୍ଟାରେ ଆଘାତ ପାଇଁ ବୁମ୍ରା ଆହତ ହୋଇଥିବା ବେଳେ ମଙ୍ଗଳବାର ବଦଳ ଖେଳାଳି ଭାବରେ ଉମେଶ ଯାଦବଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର 2ରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳ ହେବାକୁ ଯାଉଥିବା ବେଳେ ଏହି ସମୟରେ ଜାତୀୟ କ୍ରିକେଟ୍ ଏକାଡେମୀରେ ବୁମ୍ରା ଅଭ୍ୟାସ କରିବେ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ୍ କରାଯାଇଛି ।