ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍ଗାର୍ଲ’ ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି । ଚଳିତ ସପ୍ତାହରେ ରିଲିଜ୍ ହୋଇଥିବା ଫିଲ୍ମ ଗୁଡିକୁ ପଛରେ ପକାଇ ଏହି ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ନୁସରତ୍ ଭରୁଚା, ଅନୁକ ପୁର୍ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଆୟୁଷ୍ମାନଙ୍କୁ ଡ୍ରିମ୍ଗାର୍ଲ ରୂପରେ ଦେଖିବାକୁ ମିଳିଛି । ପ୍ରତ୍ୟେକ ଥର କିଛି ଭିନ୍ନସ୍ବାଦର ଫିଲ୍ମ ନେଇ ଦର୍ଶକଙ୍କ ସାମ୍ନାକୁ ଆୟୁଷ୍ମାନ ଆସୁଥିବାବେଳେ ଏହି ଫିଲ୍ମଟି ଟିକେ ହଟ୍କେ ରହିଛି । ଫିଲ୍ମରେ ଆୟୁଷ୍ମାନ ସୀତା ଓ ରାଧା ଚରିତ୍ରରେ ଅଭିନୟ କରୁଥିବାବେଳେ ଜଣେ କଲ୍ ସେଣ୍ଟରରେ ନାରୀ ସ୍ବରରେ କଥା କହୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଆୟୁଷ୍ମାନ ଦୁଇ ଦୁଇଟା ଚରିତ୍ରରେ ଅଭିନୟ କରିଛନ୍ତି । ବିଶେଷକରି ଆୟୁଷ୍ମାନଙ୍କ ପୂଜା ଚରିତ୍ରଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଇତିମଧ୍ୟରେ ଆୟୁଷ୍ମାନ୍ଙ୍କ ବରେଲି କି ବର୍ଫି, ଶୁଭ ମଙ୍ଗଳ ସାବଧାନ୍, ଅନ୍ଧାଧୂନ୍, ବଧାଇ ହୋ, ଆର୍ଟିକଲ ୧୫ ଓ ଡ୍ରିମ୍ଗର୍ଲ ସୁପରହିଟ୍ ସାବ୍ୟସ୍ତ ହୋଇଛି। ବଧାଇ ହୋ ଫିଲ୍ମ ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି।