ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ପ୍ରଶଂସା କରି ଫାଉଣ୍ଡେଶନ ଏହି ପୁରସ୍କାରେ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଗ୍ଲୋବାଲ ଗୋଲକିପର ଆୱାର୍ଡ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏହି ସମ୍ମାନ ମୋର ନୁହେଁ କିନ୍ତୁ ଭାରତର କୋଟି କୋଟି ଜନତାଙ୍କ ପାଇଁ ଏହି ସମ୍ମାନ ମିଳିଛି । ନ୍ୟୁୟର୍କଠାରେ ବିଲ୍ ଗେଟସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।