ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । ଯାହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଏବେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳ ସ୍ତର ବିପଦ ସଙ୍କେତ ଟପିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁସାରେ, ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ଲଗାଣ ବର୍ଷା ଯୋଗୁଁ ସକାଳ ୯ଟା ସୁଦ୍ଧା ଜଳ ପତ୍ତନ ୬.୨୦ ମିଟରରେ ରହିଛି । ଜଳକାର ଜଳସ୍ତର ଘଣ୍ଟା ପ୍ରତି ୦.୧୦ମିଟର ବଢୁଥିବା ସୂଚନା ମିଳିଛି । ଫଳରେ ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକ୍ରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି ।