ମଧ୍ୟପ୍ରଦେଶ ଗ୍ବାଲିୟରଠାରେ ଆଜି ମିଗ ୨୧ ଟ୍ରେନର ଯୁଦ୍ଧ ବିମାନ ଦୁଘ୍ରଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ଗ୍ରୁପ କ୍ୟାପ୍ଟେନ ଓ ସ୍କାଡନ ଲିଡର ସେଥିରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । କିନ୍ତୁ ଅନ୍ୟ କେଉଁ ସଦସ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ନାହିଁ । ଏହି ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ଆଇଏଏଫ ଦୁର୍ଘଟଣାର କାରଣ ଖୋଜିବା ପାଇଁ “କୋର୍ଟ ଅଫ ଇନକ୍ୟୁାରୀ”କୁ ଆଦେଶ ଦେଇଛନ୍ତି।