ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାରର ଶୁଭାରମ୍ଭ କରିଛନ୍ତି । ସବୁ ସ୍କୁଲରେ ସ୍ବଚ୍ଛତା ବ୍ୟବସ୍ଥା ସୁଧାରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଅକ୍ଟୋବର ୧୪ ସୁଦ୍ଧା ସ୍କୁଲଗୁଡ଼ିକ ଅନ୍ଲାଇନ୍ ଆବେଦନ କରିପାରିବେ । ଏଥିରେ ରାଜ୍ୟର ସବୁ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଭାଗ ନେଇପାରିବ ବୋଲି କହିଛନ୍ତି ମନ୍ତ୍ରୀ । ଅକ୍ଟୋବର ୩୧ ସୁଦ୍ଧା ଆବେଦନର ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ସ୍କୁଲକୁ ନଭେମ୍ବର ୧ରୁ ୧୦ ମଧ୍ୟରେ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ