ତେଲୁଗ ଫିଲ୍ମ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷ ବୟସରେ ପରଲୋକ ଘଟିଛି। ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ଯକୃତ ଓ ବୃକକଜନୀତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ତେଲୁଗ ଦେଶମ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ଵିଟ୍ କରି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ବେଣୁ ମାଧବ ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଫିଲ୍ମରେ ପାଦ ଦେଇଥିଲେ। ସେ ଫିଲ୍ମ ସଂପ୍ରଦାୟମ ଜରିଆରେ ତେଲୁଗ ଫିଲ୍ଜ ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ୧୯୯୬ରେ ରିଲିଜ୍ ହୋଇଥିଲା। ସେ ତାମିଲ ଓ ତେଲୁଗରେ ପ୍ରାୟ ୨୦୦ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ଶେଷ ଫିଲ୍ମ ଡ. ପରମାନନ୍ଦିଆ ଷ୍ଟୁଡେଣ୍ଟ ରହିଛି, ଯାହା ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ ।