ସମୀକ୍ଷା ବ୍ୟୁରୋ
ଖୁବ ଶିଘ୍ର ଭାରତୀୟ ବଜାରରେ ମିଳିବ ମଞ୍ଜି ବିହିନ ଆର୍ଜେଣ୍ଟିନା ଲେମ୍ବୁ। ଏ ନେଇ ଆଜି ଭାରତ ସରକାର ଆଇ.ଜି ଇଣ୍ଟରନ୍ୟାସନାଲ କଂପାନୀକୁ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଆର୍ଜେଣ୍ଟିନା ଲେମ୍ବୁର ସାରା ବିଶ୍ବରେ ବେଶ୍ ଚାହିଦା ରହିଛି। କାରଣ ଏହି ଲେମ୍ବୁ ଦେଖିବାକୁ ବେଶ୍ ଆକର୍ଷଣୀୟ। ସାମାନ୍ୟ ହଲଦୀ ରଂଗର ଏହି ଲେମ୍ବୁର ରସ ମଧ୍ୟ ହଲଦିଆ ଦେଖାଦେଇଥାଏ। ଏହା ଅଣ୍ଡାକୃତିର ଏବଂ ଉପରି ଭାଗ ତେଲିଆ ପରି ଦେଖାଯାଇଥାଏ। ଏହାର ବିଶେଷତ୍ବ ହେଲା ଯେ, ଏହି ଲେମ୍ବୁକୁ କାଟି ଜୁସ ତିଆରି କଲେ ଏଥିରୁ କୌଣସି ମଂଜି ବାହାରି ନ ଥାଏ। ଫଳରେ ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। କଂପାନୀ ଭାରତକୁ ପ୍ରାୟ 5ଶହ ମେଟ୍ରିକ ଟନ ଲେମ୍ବୁ ଆମଦାନୀ କରିବ ବୋଲି ଲକ୍ଷ୍ୟ ରଖିଛି। ସେଥିପାଇଁ ଆର୍ଜେଣ୍ଟିନାର ଏକ ପ୍ରତିଷ୍ଠିତ କଂପାନୀ ସାନ ମିଗୁଲ ସହିତ ଆଇ ଜି ଇଣ୍ଟରନ୍ୟାସନାଲ ବୁଝାମଣା କରିଛି। ସାନ ମିଗୁଲ ହେଉଛି ଆର୍ଜେଣ୍ଟିନାର ପ୍ରତିଷ୍ଠିତ ଲେମ୍ବୁ ଉତ୍ପାଦନକାରୀ ସଂସ୍ଥା। ଏହି ସଂସ୍ଥା ବିଶ୍ବ ସମୁଦାୟକୁ ଲେମ୍ବୁ ଉତ୍ପାଦନ କରି ଯୋଗାଇଥାଏ।