ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ମଥାନି ଠାରେ ବିପଦ ସଙ୍କେତ 5.50 ମିଟର ରହିଥିବା ଜଳସ୍ତର ବୃଦ୍ଧି ପାଇ 6.55 ମିଟରରେ ପ୍ରବାହିତ ହେଉଛି। ଘଣ୍ଟା ପ୍ରତି 0.05 ମିଟର ଜଳସ୍ତର ବଢୁଥିବା ସୂଚନା ମିଳିଛି । ଜଳକା ନଦୀର ଉପର ମୁଣ୍ତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିବାରେ ଲାଗିଛି । ଏଭଳି ଭାବେ ଲଗାଣ ବର୍ଷା ଜାରି ରହିଲେ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି ।