ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ସରିଥିବା ବେଳେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଜେଲ୍ରେ ରହିଥିବା ଆଶୀର୍ବାଦ ବାଲାଟ ପେପର ଜରିଆରେ ନିଜର ମତଦାନ ପ୍ରଦାନ କରିବେ ବୋଲି ଜଣାପଡିଛି । ଏଥି ନିମନ୍ତେ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଝାରପଡା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ 4ଟି ବାଲାଟ ପେପର ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର 19 ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଥିଲେ । ଓପିଏଲ୍ ପାଇଁ ଅର୍ଥତତ୍ବ ନିକଟରୁ ପଇସା ଆଣିଥିବା ଅଭିଯୋଗରେ ଆଶୀର୍ବାଦଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା ।