କଲମ୍ବିଆ ବିଶ୍ବବିଦ୍ୟାଳୟରେ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । କଲମ୍ବିଆର ରାଜଧାନୀ ବୋଗୋଟାରେ ଅବସ୍ଥାପିତ ପେଡାଗୋଗିକ୍ ବିଶ୍ବବିଦ୍ୟାଳୟରେ ଏହି ବିସ୍ଫୋରଣ ଘଟିଥିଲା । ବୁଧବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ କଲମ୍ବିଆ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ସମସ୍ତ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।