ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି । ସେ ଏବେ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ମନମୋହନଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛନ୍ତି । ସେହିପରି କଂଗ୍ରେସର ପ୍ରମୁଖ ନେତାଗଣ ମଧ୍ୟ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।