Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି :୧୦ଟି ନିଷ୍ପତ୍ତି ଉପରେ ମୋହର
ଆଜିର ଖବର

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି :୧୦ଟି ନିଷ୍ପତ୍ତି ଉପରେ ମୋହର

September 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ କ୍ୟାବିନେଟର ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହୀତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଧାନ ସଂଗ୍ରହରେ ପାକ୍ସ, ଲ୍ୟାମ୍ପସ ସହ ଏସଏଚଜି ମହିଳା ମଧ୍ୟ ସାମିଲ ରହିବେ । ପୂର୍ବରୁ ୪୮ଘଣ୍ଟା ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳୁଥିଲା । ସେଥିରେ ପରିବର୍ତ୍ତନ କରାଯାଇ ଧାନ ବିକ୍ରି ପରେ ଚାଷୀଙ୍କୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ଟଙ୍କା ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଧାନ ବିକ୍ରି ହେବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।  ଚଳିତ ଥର ରାଜ୍ୟର ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ। ସେଥିରେ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି ହେବ । ସେହିପରି ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲଗାଯିବ, ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ କରାଯାଇଛି । ବସଷ୍ଟାଣ୍ଡର ନବୀକରଣ ପାଇଁ ୧୬୦.୬୬କୋଟି ଟଙ୍କା ଖର୍ଚ୍ଚ ହେବ । ୨ବର୍ଷରେ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଶୀଘ୍ର ଅବସର ପ୍ରଦାନ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି କ୍ୟାବିନେଟରେ ମଞ୍ଜୁର  କରାଯାଇଛି । ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ସେହିପରି ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍‌ ୨୬ କିମି ରାସ୍ତା ପାଇଁ ୧୧୭ କୋଟି ଟଙ୍କା ଦିଆଯିବ । ୨ଟି ମେଡିକାଲ କଲେଜର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡର ଆଜି କ୍ୟାବିନେଟରେ ମଞ୍ଜୁରି ମିଳିଛି । ବାଲେଶ୍ୱର ପାଇଁ ଖର୍ଚ୍ଚ ହେବ ୧୪୪.୯୮ କୋଟି ଟଙ୍କା ଓ ବଲାଙ୍ଗିର ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସାରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026
Latest News

ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ‘ଦ କେରଳା ଷ୍ଟୋରୀ-୨’

March 8, 2026

ଆନ୍ତର୍ଜାତୀୟ ମହିଳା ଦିବସ: ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

March 8, 2026

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.