Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି :୧୦ଟି ନିଷ୍ପତ୍ତି ଉପରେ ମୋହର
ଆଜିର ଖବର

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି :୧୦ଟି ନିଷ୍ପତ୍ତି ଉପରେ ମୋହର

September 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ କ୍ୟାବିନେଟର ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହୀତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଧାନ ସଂଗ୍ରହରେ ପାକ୍ସ, ଲ୍ୟାମ୍ପସ ସହ ଏସଏଚଜି ମହିଳା ମଧ୍ୟ ସାମିଲ ରହିବେ । ପୂର୍ବରୁ ୪୮ଘଣ୍ଟା ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳୁଥିଲା । ସେଥିରେ ପରିବର୍ତ୍ତନ କରାଯାଇ ଧାନ ବିକ୍ରି ପରେ ଚାଷୀଙ୍କୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ଟଙ୍କା ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଧାନ ବିକ୍ରି ହେବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।  ଚଳିତ ଥର ରାଜ୍ୟର ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ। ସେଥିରେ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି ହେବ । ସେହିପରି ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲଗାଯିବ, ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ କରାଯାଇଛି । ବସଷ୍ଟାଣ୍ଡର ନବୀକରଣ ପାଇଁ ୧୬୦.୬୬କୋଟି ଟଙ୍କା ଖର୍ଚ୍ଚ ହେବ । ୨ବର୍ଷରେ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଶୀଘ୍ର ଅବସର ପ୍ରଦାନ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି କ୍ୟାବିନେଟରେ ମଞ୍ଜୁର  କରାଯାଇଛି । ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ସେହିପରି ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍‌ ୨୬ କିମି ରାସ୍ତା ପାଇଁ ୧୧୭ କୋଟି ଟଙ୍କା ଦିଆଯିବ । ୨ଟି ମେଡିକାଲ କଲେଜର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡର ଆଜି କ୍ୟାବିନେଟରେ ମଞ୍ଜୁରି ମିଳିଛି । ବାଲେଶ୍ୱର ପାଇଁ ଖର୍ଚ୍ଚ ହେବ ୧୪୪.୯୮ କୋଟି ଟଙ୍କା ଓ ବଲାଙ୍ଗିର ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସାରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025
Latest News

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.