ଲିଙ୍ଗରାଜ ମନ୍ଦିରରେ ଫାଟ କାରଣରୁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର । ମନ୍ଦିରର ମୁଖ୍ୟ ଦ୍ବାରରେ ଫାଟ ହୋଇଥିବା କାରଣରୁ ମୁଖ ଦ୍ବାରରେ ପାଣି ଗଳୁଛି । ଏହା ସହିତ ମନ୍ଦିରର ଦଧିନଉତିରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଏଏସ୍ଆଇ ପକ୍ଷରୁ ରକ୍ଷଣାବେକ୍ଷଣରେ ଅଭିଯୋଗ କରିଛନ୍ତି ଦେବୋତ୍ତର କମିଶନର । ଏହା ସହିତ ପାର୍ବତୀ ମନ୍ଦିର ଏବଂ ରୋଷ ଘରରେ ମଧ୍ୟ ମରାମତି ଆବଶ୍ୟକ ବୋଲି ଦେବୋତ୍ତର କମିଶନର ଚିଠିରେ ଉଲ୍ଲେଖ କରିଛନ୍ତି ।