ସିଦ୍ଧାର୍ଥ ମଲହୋତ୍ରା ଏବଂ ରୀତେଶ ଦେଶମୁଖ ଅଭିନୀତ ଫିଲ୍ମ ମରଜାଓ୍ବାଁର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଜବରଦସ୍ତ ଆକ୍ସନ୍ ଭୂମିକାରେ ନଜର ଆସିଥିବା ବେଳେ ରୀତେଶ ଦେଶମୁଖ ନକରାତ୍ମକ ଭୂମିକାରେ ନଜର ଆସିଛନ୍ତି । ହିନ୍ଦୁ ମୁସ୍ଲିମ୍ ପ୍ରେମ କାହାଣୀ ଉପରେ ଆଧାରିତ ପ୍ରେମ କାହାଣୀରେ ତାରା ସୁତାରିଆ ଜଣେ ମୁସଲିମ୍ ଏବଂ ସିଦ୍ଧାର୍ଥ ଜଣେ ହିନ୍ଦୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି । ରୀତେଶ ନକରାତ୍ମକ ଚରିତ୍ର ସହିତ ଜଣେ ବାମନ ଭୂମିକାରେ ନଜର ଆସିଛନ୍ତି । ରୀତେଶଙ୍କ ଏଣ୍ଟ୍ରି ଏକ ଭିଲେନ୍ର ତେରି ଗଲିୟାଁ ଗୀତରେ ହୋଇଛି ଯାହାକି ଅତ୍ୟନ୍ତ ଜବରଦସ୍ତ ହୋଇଛି । ଟ୍ରେଲରରେ ରକୁଲ ପ୍ରୀତ୍ ସିଂ ଗୋଟିଏ ସିନ୍ରେ ନଜର ଆସିଛନ୍ତି । 3.15 ମିନିଟ୍ର ଏହି ଟ୍ରେଲରରେ ଜବରଦସ୍ତ ଆକ୍ସନ୍ ଏବଂ ରୋମାନ୍ସ ଦେଖିବାକୁ ମିଳିଛି । ମିଲାପ୍ ମିଲନ୍ ଜାଭେରୀ ଫିଲ୍ମର କାହାଣୀ, ସଂଳାପ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।