ରାଜ୍ୟରେ ପିଆଜ ଅଭାବ ଦୂର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ପିଆଜ ଆଣିବାକୁ ଆଲୋଚନା ପାଇଁ ଯୋଗାଣ ସଚିବ ଦିଲ୍ଲୀ ଯିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ ହୋଇଛି। ପିଆଜ କିଲୋ ଏବେ ୫୦ଛୁଇଁଲାଣି। ପିଆଜର ମୂଲ୍ୟ ବୃଦ୍ଧି ସବୁ ବର୍ଗର ଲୋକଙ୍କ ପକେଟକୁ ସୁହାଉ ନାହିଁ । ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇବା ପର ଠାରୁ କଳାବଜାରୀ ମଧ୍ୟ ବୃଦ୍ଧି ପାଇଛି । ପିଆଜ ଗୋଦାମରେ ରଖି କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଛନ୍ତି । ତେଣୁ ପିଆଜ କଳାବଜାରୀ ଦୂର କରିବାକୁ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି ।