ବାଂଲାଦେଶ ବିପକ୍ଷ ଫୁଟବଲ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ଫିଟ୍ ରହିବା ଆବଶ୍ୟକ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଆଇଗର୍ ଷ୍ଟିମାକ୍ ପ୍ରକାଶ କରିଛନ୍ତି । ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ଚରଣ ଆସନ୍ତା ଅକ୍ଟୋବର 15 ତାରିଖରୁ ଆରମ୍ଭ ହେଉଛି । ଭାରତ ବାଂଲାଦେଶ ବିପକ୍ଷରେ କୋଲକାତାରେ ଏହାର ଦ୍ବିତୀୟ ମ୍ୟାଚ୍ ଖେଳିବ । ଭାରତର ପ୍ରଥମ ମ୍ୟାଚ୍ କାତାର ବିପକ୍ଷରେ ଅମୀମାଂସିତ ଭାବରେ ଶେଷ ହୋଇଥିଲା । ଆହତ କାରଣରୁ ଏକାଧିକ ବରିଷ୍ଠ ଖେଳାଳି ଏହି ମ୍ୟାଚ୍ରେ ଖେଳିନଥିଲେ । ଦ୍ବିତୀୟ ମ୍ୟାଚ୍ଟି ଘରୋଇ ଷ୍ଟାଡିୟମ୍ ଏବଂ ଅପେକ୍ଷାକୃତ ଦୁର୍ବଳ ଦଳ ବିପକ୍ଷରେ ଖେଳାଯାଉଥିବାରୁ ଭାରତ ପୂର୍ଣ୍ଣ କ୍ଷମତାରେ ଖେଳିଲେ ସହଜରେ ବିଜୟୀ ହୋଇପାରିବ ବୋଲି ଷ୍ଟିମାକ୍ ପ୍ରକାଶ କରିଛନ୍ତି ।