ଅଲିମ୍ପିକ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ ଓ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଆଗାମୀ ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ଉଭୟ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ହରିୟାଣା ବିଜେପି ରାଜ୍ୟ ସଭାପତି ସୁଭାଷ ବରାଲଙ୍କ ଉପସ୍ଥିତିରେ ସନ୍ଦୀପ ସିଂହ ମଧ୍ୟ ପାର୍ଟିରେ ଯୋଗ ଦେଇଛନ୍ତି। ହରିୟାଣାରେ ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବାକୁ ଥିବା ବେଳେ ଫଳାଫଳ ଘୋଷଣା ଅକ୍ଟୋବର ୨୪ରେ ହେବ। ନିକଟରେ ବବିତା ଫୋଗାଟ ନିକଟରେ ନିଜ ପିତାଙ୍କ ସହିତ ବିଜେପିରେ ପାଦ ଦେଇଥିଲେ। ବବିତା ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ମଧ୍ୟ ଚର୍ଚ୍ଚା ରହିଛି ।