ଅଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ହୋଇପାରିବ ପଲ୍ୟୁସନ୍ ଟେଷ୍ଟିଂ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଟେଷ୍ଟିଂ ୟୁନିଟ୍ ଅଭାବ ଏବଂ ଲୋକଙ୍କ ଲମ୍ବା ଧାଡ଼ି ପାଇଁ ଏହି ନିୟମରେ କୋହଳ କରାଯାଇଛି । ଏନେଇ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଏସ୍ପି ଓ ଆରଟିଓଙ୍କୁ ଚିଠି କରାଯାଇଛି । ପୂର୍ବରୁ ଅକ୍ଟୋବର ୧ରୁ ଅନଲାଇନ୍ ପଲ୍ୟୁସନ୍ ଟେଷ୍ଟ ବାଧ୍ୟତାମୂଳକ ଥିଲା । ପଲ୍ୟୁସନ୍ ଟେଷ୍ଟିଂ ପାଇଁ ବିଭିନ୍ନ ଜିଲ୍ଲାରେ ଅଧିକ ଟେଷ୍ଟିଂ ୟୁନିଟ୍ ଖୋଲାଯିବ ରହିବ ବୋଲି ସୂଚନା ରହିଛି ।